ଟିମ ଇଣ୍ଡିଆ ପାଇଁ ନୂଆ ଜର୍ସି

ବିସିସିଆଇ ସଚିବ ଜୟ ଶାହ ଏବଂ ମହିଳା ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଲଞ୍ଚ୍ କରିଛନ୍ତି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତର ଟି-୨୦ ଜର୍ସି ଲଞ୍ଚ୍ ହୋଇଥିବା ବେଳେ ଆଜି ଭାରତର ଦିନିକିଆ ଜର୍ସି ଲଞ୍ଚ୍ ହୋଇଯାଇଛି । ତେବେ ଏହି ନୂଆ ଜର୍ସିରେ ଅନେକ ନୂଆ ଜିନିଷ ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ‘ନୂଆ ଜର୍ସି ଲଞ୍ଚ୍ ଇଭେଣ୍ଟ’ର ଏକ ଭିଡିଓ ମଧ୍ୟ ଅପଲୋଡ ହୋଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ‘ନୂଆ ଜର୍ସି ଲଞ୍ଚ୍ ଇଭେଣ୍ଟ’ର ଭିଡିଓ ସେୟାର କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏହି ଭିଡିଓରେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଏବଂ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ଦେଖାଯାଇଛି । ଉଭୟଙ୍କ ଉପସ୍ଥିତିରେ ନୂଆ ଦିନିକିଆ ଜର୍ସି ଲଞ୍ଚ୍ କରିଛି ଟିମ ଇଣ୍ଡିଆ । ପାରମ୍ପରିକ ନୀଳ ରଙ୍ଗର ଏହି ନୂଆ ଜର୍ସିରେ ପୂର୍ବ ଭଳି ‘ଡ୍ରିମ୍୧୧’ ଲୋଗୋ ଏବଂ ‘ଇଣ୍ଡିଆ’ ଲେଖା ହୋଇଛି । ତେବେ ଟି-୨୦ ଜର୍ସିରେ କମଳା କାନ୍ଧ ସହିତ ୩ଟି ପଟି(ଆଦିଦାସ) ରହିଥିବା ବେଳେ ଦିନିକିଆ ଜର୍ସିରେ ତ୍ରିରଙ୍ଗାର ଚିହ୍ନ ରଖାଯାଇଛି । ଏହାସହିତ ଧଳା ରଙ୍ଗର ୩ଟି ପଟି ମଧ୍ୟ ସ୍ଥାନ ପାଇଛି ।

Leave a Reply

Your email address will not be published. Required fields are marked *