ଝିଅ ପେଟରୁ ବାହାରିଲା ଅଧକିଲୋଗ୍ରାମ କେଶ

ମହାରାଷ୍ଟ୍ର: ପେଟରୁ ବାହାରିଲା କେଶ | ଅପରେସନ ପରେ ପେଟରୁ କେଶ ବାହାରିଥିବାବେଳେ ଏହା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜଣେ ୧୦ ବର୍ଷର ଝିଅର ପେଟରୁ ଅଧ କିଲୋ କେଶ ବାହାର କରାଯାଇଛି। ଡାକ୍ତରମାନେ ଅସ୍ତ୍ରୋପଚାର ପରେ କେଶ ଗଣ୍ଠି ବାହାର କରିଛନ୍ତି।
ଡାକ୍ତର ଉଷା ଗଜଭିଏଙ୍କ ସୂଚନା ମୁତାବକ ୨୦ ଦିନ ଆଗରୁ ଝିଅଟିକୁ ହସ୍ପିଟାଲକୁ ଅଣାଯାଇଥିଲା। ଝିଅଙ୍କ ବାପା-ମା ଡାକ୍ତରଙ୍କୁ କହିଥିଲେ ଯେ ତାଙ୍କ ଝିଅ ୫-୬ ମାସ ଧରି ବାନ୍ତି କରିବା ସହ ଭୋକ ନ ଲାଗିବା ଓ ଓଜନ କମିବା ପରି ସମସ୍ୟାର ଶିକାର ହୋଇଥିଲେ | ଡାକ୍ତରୀ ପରୀକ୍ଷା ପରେ, ଡାକ୍ତର ଜାଣିବାକୁ ପାଇଲେ ଯେ ଝିଅଟିର ଦୀର୍ଘ ସମୟ ଧରି କେଶ ଖାଇବାର ଅଭ୍ୟାସ ଥିଲା। ଡାକ୍ତର କହିଛନ୍ତି ଯେ ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ପେଟରେ ବଲ୍ ପରି କେଶ ଜମା ହୋଇଛି।

ତେବେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଝିଅଟି ସୁସ୍ଥ ଅଛି ଏବଂ ଝିଅଟି ଠିକ୍ ଭାବରେ ଖାଇପାରୁଛି ଏବଂ ତାଙ୍କର ଅନ୍ୟ କୌଣସି ସମସ୍ୟା ନାହିଁ। ସେ କହିଛନ୍ତି ଯେ ଝିଅଟିକୁ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ।

Leave a Reply

Your email address will not be published. Required fields are marked *