ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ) କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି। ଏପରିକି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ଏକ ନମ୍ବର କମ୍ପାନୀ ଭାବେ ସ୍ଥାନ ପାଇଛି। ଏପରିକି କମ୍ପାନୀର ରାଜସ୍ବ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆଗରେ ରହିଛି।ୱିଜିକି ହେଉଛି, ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ। ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା/ଏଆଇ) ଅନୁଯାୟୀ ଗଣମାଧ୍ୟମ ଖବର ଉପରେ ନଜର ରଖିବା ସହିତ କେଉଁ କମ୍ପାନୀଗୁଡିକ ଅଧିକ ସ୍ଥାନ ପାଇଥାନ୍ତି, ସେ ତାହାକୁ ନିରୂପଣ କରିଥାଏ। ୱିଜିକିର ଭିଜିବିଲିଟି ଇଣ୍ଡେକ୍ସ ଅନୁଯାୟୀ ରିଲାଏନ୍ସ କ୍ରମାଗତ ଭାବେ ହେଡଲାଇନ (ଖବରର ଶୀର୍ଷ)ରେ ରହିଆସିଛି। ଏପରିକି ଅନେକ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନୀକୁ ଉକ୍ତ ପ୍ରସଙ୍ଗରେ କମ୍ପାନୀ ପଛରେ ପକାଇଦେଇଛି।

୨୦୨୪ରେ ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୧୦୦ରୁ ୯୭.୪୩ ରହିଥିବା ୱିଜିକି ପ୍ରକାଶ କରିଛି। ୨୦୨୩ରେ କମ୍ପାନୀର ସ୍କୋର ୯୬.୪୬ ଥିଲାବେଳେ ୨୦୨୨ରେ ୯୨.୫୬ ଏବଂ ୨୦୨୧ରେ ୮୪.୯ ଥିଲା। ଏପରିକି ଏହି ବିଗତ ବର୍ଷଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କ୍ରମାଗତ ଭାବେ ଭାରତର ଏକ ନମ୍ବର କମ୍ପାନୀ ହୋଇ ରହିଛି, ଯଦି ଅନ୍ୟ କମ୍ପାନୀଗୁଡିକ ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତୁଳନା କରାଯାଏ, ତାହାହେଲେ ରିଲାଏନ୍ସ ଦେଶର ଅନେକ ବଡ଼ କମ୍ପାନୀମାନଙ୍କଠାରୁ ବହୁତ ଆଗରେ ରହିଛି। ସେହିଭଳି ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୯୭.୪୩ ଥିବାବେଳେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସ୍କୋର ୮୯.୩, ଏଚଡିଏଫସି ବ୍ୟାଙ୍କର ୮୬.୨୪, ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନ୍ସ ୮୪.୬୩, ଆଇସିଆଇସିଆଇ ବ୍ୟାଙ୍କର ୮୪.୩୩ ଏବଂ ଜୋମାଟୋର ନ୍ୟୁଜ୍‌ ସ୍କୋର ୮୨.୯୪ ରହିଥିଲା। 

Leave a Reply

Your email address will not be published. Required fields are marked *