ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ

ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ ସେବା । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ରହିଛି । ଅଧିକ 5G ଟାୱାର ଅପଗ୍ରେଡ୍ କରାଯାଉଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ସେବା ପହଞ୍ଚାଇବା ଲକ୍ଷ ରହିଛି ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି ।

ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାରୁ ବଞ୍ଚିତ ଓ ଏହାର ସମସ୍ୟାକୁ ନେଇ ପ୍ରଶ୍ନକାଳରେ ଗୃହରେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ । ଆଜି ପ୍ରଶ୍ନକାଳ ସମୟରେ ମୁଖ୍ୟ ପ୍ରଶ୍ନକର୍ତ୍ତା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସମେତ ଅନ୍ୟ ବିଧାୟକମାନେ ସାରା ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାର ସମସ୍ୟା ଓ ଏହାର ସମାଧାନ କରିବାକୁ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କୁ ପ୍ରଶ୍ନ କରିଥିଲେ । ଗୃହରେ IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖି କହିଥିଲେ ଯେ ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ADM ଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । 

Leave a Reply

Your email address will not be published. Required fields are marked *