ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଖବର?

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନଭେମ୍ବର ୨୬ରେ ଭାରତ ଫେରିଥିଲେ। ସୂଚନା ଅନୁଯାୟୀ, ଗମ୍ଭୀରଙ୍କ ପରିବାରର ଜଣେ ସଦସ୍ୟ ଅସୁସ୍ଥ ଥିଲେ ମଧ୍ୟ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଆଡିଲେଡ୍ ଟେଷ୍ଟ ପୂର୍ବରୁ ସେ ଟିମ୍ ଇଣ୍ଡିଆରେ ଯୋଗ ଦେବେ। ଡିସେମ୍ବର ୩ ତାରିଖ ମଙ୍ଗଳବାର ସେ ଭାରତୀୟ ଦଳକୁ ଫେରିବେ।

ଫେରିବା ପରେ ତାଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିବା। ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟ ପାଇଁ ଫେରୁଥିବା ବେଳେ ଶୁଭମନ ଗିଲ୍ ମଧ୍ୟ ଅଭ୍ୟାସ ମ୍ୟାଚ୍ ରେ ଦୃଢ଼ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ କେଏଲ୍ ରାହୁଲଙ୍କ ପ୍ରଥମ ଏକାଦଶରେ ସ୍ଥାନ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯେହେତୁ ରାହୁଲ ଭଲ ଫର୍ମରେ ଅଛନ୍ତି ଏବଂ ପର୍ଥ ଟେଷ୍ଟର ଉଭୟ ଇନିଂସରେ ମୋଟ ୧୦୩ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଗିଲଙ୍କ କାରଣରୁ ଧ୍ରୁବ ଜୁରେଲ ଓ ଦେବଦତ୍ତ ପଡିକଲଙ୍କୁ ପ୍ରଥମ ଏକାଦଶରେ ସ୍ଥାନ ହରାଇବାକୁ ପଡ଼ିପାରେ। ସେପଟେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟ ଜୋର ଧରିଛି। ଗୋଲାପୀ ବଲ୍ ରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍ ରେ ଭାରତ ପ୍ରଧାନମନ୍ତ୍ରୀ ଏକାଦଶକୁ ୬ ଓ୍ଵିକେଟ୍ ରେ ପରାସ୍ତ କରିଥିଲା।

Leave a Reply

Your email address will not be published. Required fields are marked *