ଖୁବ ଶୀଘ୍ର ଲଞ୍ଚ ହିରୋ ଇଲେକ୍ଟ୍ରିକ ବାଇକ

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦାମ ଦେଖି ଲୋକେ ଇଲେକ୍ଟ୍ରିକ ବାଇକ ଏବଂ ସ୍କୁଟର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏବେ ଲୋକପ୍ରିୟ କମ୍ପାନୀ ହିରୋ ମୋଟୋକର୍ପ ମଧ୍ୟ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି

କମ୍ପାନୀ ଖୁବ ଶୀଘ୍ର ଇଭି ବଜାରରେ ନିଜର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିବାକୁ ଯାଉଛି । ଏହି ଇଲେକ୍ଟ୍ରିକ୍ ବାଇକ୍ ହିରୋ ମୋଟୋକର୍ପ ଦ୍ୱାରା ଡେଭଲପ୍ ହେଉଛି ଯାହା ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଆଜିକାଲି ପେଟ୍ରୋଲ-ବାଇକ୍ ବ୍ୟତୀତ ଇଲେକ୍ଟ୍ରିକ୍ ବାଇକର ଡିମାଣ୍ଡ ବେଶ ଅଧିକ ରହିଛି । ହିରୋର ପ୍ରଥମ ଇଲେକ୍ଟ୍ରିକ୍ ବାଇକରେ ଲିଥିୟମ୍-ଆୟନ ବ୍ୟାଟେରୀ ମିଳିପାରେ, ଯାହା ଗୋଟିଏ ଚାର୍ଜରେ ଏକ ଲଙ୍ଗ ରେଞ୍ଜ ପ୍ରଦାନ କରିବାକୁ ଦାବି କରିଛି । ଏହାର ରେଞ୍ଜ ୧୫୦-୨୦୦ କିଲୋମିଟର ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *