କ୍ଲଗ୍ସ ଆପଣଙ୍କ ପାଦକୁ କ୍ଷତି ପହଞ୍ଚାଉଛି କି ?
ସୁନ୍ଦର,ରଙ୍ଗୀନ ଓ ଲୋକପ୍ରିୟ କ୍ଲଗ୍ସ ଜୋତା ସମସ୍ତେ ପିନ୍ଧିବାକୁ ପସନ୍ଦ କରନ୍ତି | ଛୋଟ ପିଲାଠାରୁ ଆରମ୍ଭ କରି ମହିଳା ପୁରୁଷ ତଥା ସେଲିବ୍ରେଟିମାନେ ମଧ୍ୟ ଏହାକୁ ବହୁତ ଆଗ୍ରହର ସହ ପିନ୍ଧୁଛନ୍ତି, କିନ୍ତୁ ଏହା କଣ ପାଦର ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତି ପହଞ୍ଚାଉଛି କି? ପାଦ ଚିକିତ୍ସକମାନେ ଏକ ଗୁରୁତର ଚେତାବନୀ ଜାରି କରିଛନ୍ତି ଯେ ଏହି ଜୋତାରେ ପର୍ଯ୍ୟାପ୍ତ ପରିମାଣର ହାନିକାରକ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉଛି ତଥା ଏହା ଯେଉଁ ପ୍ଲାସ୍ଟିକରେ ନିର୍ମାଣ କରାଯାଉଛି ତାହା ଦୈନଦିଅ ବ୍ୟବହାର ପାଇଁ ପାଦର ସ୍ୱାସ୍ଥ୍ୟ ପାଇଁ ହାନିକାରକ |
ବିଶେଷଜ୍ଞମାନେ କହୁଛନ୍ତି ଯେ କ୍ଲଗ୍ସର ଅସୁବିଧାଜନକ ଡିଜାଇନ୍ ପାଦର ସ୍ଵାଭାବିକ ଗଠନକୁ କ୍ଷତି ପହଞ୍ଚାଇଥାଏ, ଯାହାକି ଦୀର୍ଘସ୍ଥାୟୀ ଯନ୍ତ୍ରଣା, ଚରଣର ଆକୃତି ବିକୃତି ରେ ସମସ୍ୟା ସୃଷ୍ଟି କରିପାରେ। ଖାସ୍କରି ଦୀର୍ଘ ସମୟ ଚାଲିବା ଫଳରେ ଏହା ପାଦକୁ ବିଶେଷ କ୍ଷତି ପହଞ୍ଚାଇଥାଏ। ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ଯେ ଏହି ଜୋତାକୁ ଦୀର୍ଘାକାଳୀନ ବ୍ୟବହାରରୁ ଦୂରେଇ ସ୍ୱାସ୍ଥ୍ୟକର ବିକଳ୍ପ ବାଛିବା ଉଚିତ।
ଏହି ଜୋତା ଦୀର୍ଘଦିନ ବ୍ୟବହାର ପାଇଁ ଖୁବ ହାନିକାରକ ହୋଇଥିବାରୁ ଏହାର ବିକଳ୍ପ ଯେମିତିକି ପ୍ରାକୃତିକ ପଦାର୍ଥରେ ତିଆରି ହୋଇଥିବା ଜୋତାକୁ ଗୁରୁତ୍ବଦେବ ଆବଶ୍ୟକ |
