କେନ୍ଦ୍ର କ୍ୟାବନେଟରେ ବଡ଼ ନିଷ୍ପତ୍ତି

ଦେଶରେ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଏଥିସହିତ ୨୮ଟି ନୂଆ ନବୋଦୟ ଖୋଲିବ । କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

କ୍ୟାବିନେଟରେ ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି ଘଟିବ । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ସାରା ଦେଶରେ ଲାଗୁ କରିବାକୁ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

Leave a Reply

Your email address will not be published. Required fields are marked *