କେନ୍ଦ୍ର ଆଣିଛି ମହିଳାଙ୍କ ପାଇଁ ଖୁସି ଖବର

ମହିଳାଙ୍କ ବିକାଶରେ ସମାଜ ତଥା ରାଷ୍ଟ୍ରର ବିକାଶ । ଏହା ବୁଝିଛି ମୋଦି ସରକାର । ତେଣୁ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବାକୁ ଅନେକ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଥିରେ ଗୋଟିଏ ପ୍ରଧାନମନ୍ତ୍ରୀ ସିଲେଇ ମେସିନ ସ୍କିମ । କୌଣସି ମହିଳା ପୋଷାକ ସିଲେଇ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ ଏହି ଯୋଜନାର ସୁଫଳ ନେଇ ପାରିବେ ।

ଏଥିରେ ରହିଛି ଅନେକ ପ୍ରୋତ୍ସାହନ ସୁବିଧା ।ମହିଳାଙ୍କୁ ମେସିନ କିଣିବାକୁ ୧୫ ହଜାର ଟଙ୍କା ଦେବା ସହ ମାଗଣା ତାଲିମ, ତାଲିମ ସମୟରେ ଦୈନିକ ୫୦୦ ଟଙ୍କା ଦିଆଯାଉଛି । ତାଲିମ ଗ୍ରହଣ ପରେ ମହିଳାଙ୍କ ବ୍ୟବସାୟ ପାଇଁ ମୋଦି ସରକାର ୨ରୁ ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛନ୍ତି । ତେଣୁ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ନିଜକୁ ଆର୍ଥିକ ରୂପେ ସୂଦୃଢ କରିବା ସହ ନିଜ ପରିବାର ତଥା ଦେଶ ବିକାଶ ଦିଗରେ ଭାଗିଦାରୀ ହୋଇପାରିବେ ।

Leave a Reply

Your email address will not be published. Required fields are marked *