କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଆଇପିଏସ୍‌ ଡିଏସ୍‌ କୁଟ୍ଟେ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି । ଓଡ଼ିଶା ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ‌ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍‌ଡି ପଦବିରେ ଅଛନ୍ତି। ତାଙ୍କୁ ବିଏସ୍‌ଏଫ୍‌ ଆଇଜି ଭାବେ ମୁତୟନ କରାଯିବା ନେଇ କେନ୍ଦ୍ର ସରକାର ଚିଠି କରିଛନ୍ତି । ସେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବିରେ ରହିବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ବେଳେ ଆଶିଷ ସିଂ ମେଡିକାଲ ଲିଭ୍‌ରେ ଥିଲେ । ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ନେଇ ମୁଖ୍ୟ ନିର୍ବାଚନ କମିସନର(ଇସିଆଇ)ଙ୍କ ପାଖରେ କେନ୍ଦ୍ର ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା ।

Leave a Reply

Your email address will not be published. Required fields are marked *