କେଜ୍ରିୱାଲଙ୍କ ଉପରେ ଆକ୍ରମଣ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହୋଇଛି । ଶନିବାର ଦିନ ଗ୍ରେଟର କୈଳାଶ ଅଞ୍ଚଳରେ ପଦଯାତ୍ରା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯିବାର ପ୍ରୟାସ କରାଯାଇଛି । ଜଣେ ବ୍ୟକ୍ତି ତାଙ୍କ ଉପରକୁ ତରଳ ପଦାର୍ଥ ଫୋପାଡିବା ପାଇଁ ଚେଷ୍ଟା କରିଛି ।

ହେଲେ ସୁରକ୍ଷା କର୍ମୀ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତି ଧରିନେଇଛନ୍ତି । ହେଲେ ଏହି ଘଟଣାରେ କେଜ୍ରିୱାଲଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।ଏହି ଘଟଣା ସେତେବେଳେ ଘଟିଛି, ଯେଉଁ ସମୟରେ ବିଧାନସଭା ନିର୍ବାଚନକୁ ନେଇ କେଜ୍ରିୱାଲ ଲଗାତାର ଲୋକମାନଙ୍କୁ ଭେଟୁଛନ୍ତି । ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି ଯେ, ସୁରକ୍ଷାକର୍ମୀ ଏହି ସନ୍ଦିଗ୍ଧଙ୍କୁ ଆୟତ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *