କିଡନୀ ଷ୍ଟୋନର ଲକ୍ଷଣ
କିଡନୀ ମାନବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ରକ୍ତକୁ ଶୁଦ୍ଧ କରିବା ସହିତ ଏହା ପରିସ୍ରା ମାଧ୍ୟମରେ ସମସ୍ତ ବର୍ଜ୍ୟବସ୍ତୁକୁ ବାହାର କରିଥାଏ। କିନ୍ତୁ ଆଜିର ସମୟରେ ଆମେମାନେ ଯେଉଁ ପ୍ରକାରର ଜୀବନଶୈଳୀରେ ବଞ୍ଚୁଛେ, ଏଥିପାଇଁ ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିଡନୀରେ ଷ୍ଟୋନ ଥିବାର ଲକ୍ଷଣଗୁଡିକ ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଅପରେସନ୍ ବିନା ମଧ୍ୟ ଷ୍ଟୋନକୁ ବାହାର କରାଯାଇପାରିବ।

ଆପଣ ହୁଏତ ଜାଣି ନଥିବେ, କିନ୍ତୁ ଯେତେବେଳେ କିଡନୀ ଷ୍ଟୋନ ହୁଏ, ବ୍ୟକ୍ତିର ଶରୀର ନିଜେ ଏହାର ଲକ୍ଷଣ ଦେଇଥାଏ।ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା କିଡନୀରେ ଷ୍ଟୋନ ଥିବାର ସଙ୍କେତ ଦେଇଥାଏ।କିଡନୀ ଷ୍ଟୋନ ସାଧାରଣତଃ କ୍ୟାଲସିୟମ୍ କିମ୍ବା ୟୁରିକ୍ ଏସିଡ୍ ଦ୍ୱାରା ଏବଂ ଲୁଣ ଏବଂ ମିନେରାଲ୍ସର ଏକାଠିରେ ହୋଇଥାଏ। ଏହା କିଡନୀ ଭିତରେ ସୃଷ୍ଟି ହୋଇ ମୂତ୍ରାଶୟର ଅନ୍ୟ ଅଂଶକୁ ମଧ୍ୟ ଯାଇପାରନ୍ତି। ଯେତେବେଳେ ଆପଣଙ୍କ ପରିସ୍ରାରେ ଅତ୍ୟଧିକ ମିନେରାଲ୍ସ ସୃଷ୍ଟି ହୁଏ ସେତେବେଳେ ଏହି ସମସ୍ୟା ସାଧାରଣତଃ ଦେଖାଯାଏ।

ପରିସ୍ରା ସମୟରେ ଜଳା ପୋଡା:- ପରିସ୍ରା କରିବା ସମୟରେ ଷ୍ଟୋନଟି ଅସୁବିଧା ସୃଷ୍ଟି କରିପାରେ। ବେଳେବେଳେ ଲୋକମାନେ ପରିସ୍ରା ସମୟରେ ଯନ୍ତ୍ରଣାକୁ ଅଣଦେଖା କରନ୍ତି କିମ୍ବା ଏହାକୁ ପରିସ୍ରା ସଂକ୍ରମଣ ସହିତ ଜଡିତ କରନ୍ତି । ତେଣୁ ଯଦି ଲକ୍ଷଣଗୁଡିକ ସ୍ଥିର ରହେ ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଭଲ, ଯାହା ଦ୍ୱାରା ଆପଣଙ୍କର ଅସୁବିଧାର ସଠିକ୍ କାରଣ ଜାଣିବାକୁ ପାଇପାରିବେ।
ପରିସ୍ରାରେ ରକ୍ତ ପଡ଼ିବା :- କିଡନୀ ପଥରର ଏକ ସାଧାରଣ ଲକ୍ଷଣ ହେଉଛି ପରିସ୍ରାରେ ରକ୍ତ, ଯାହାକୁ ହେମାଟୁରିଆ ମଧ୍ୟ କୁହାଯାଏ। ବେଳେବେଳେ ରକ୍ତ କୋଷଗୁଡ଼ିକ ଅତି ଛୋଟ ହୋଇଥାନ୍ତି ବିନା ମାଇକ୍ରୋସ୍କୋପ୍ ଏମାନେ ଦେଖାଯାଆନ୍ତି ନାହିଁ। ଯଦି ଆପଣ ଆପଣଙ୍କର ପେଟ କିମ୍ବା ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କିମ୍ବା ପରିସ୍ରା କରିବାରେ ଅସୁବିଧା ଭୋଗୁଛନ୍ତି, ତେବେ ଆପଣଙ୍କୁ ଏକ ପରିସ୍ରା ଟେଷ୍ଟ କରିନେବା ଉଚିତ୍।
ପରିସ୍ରାରୁ ଅତ୍ୟନ୍ତ ଦୁର୍ଗନ୍ଧ ବାହାରିବା :- ସାଧାରଣତଃ ପରିସ୍ରା ପରିଷ୍କାର ଥିଲେ ଏହା ଦୁର୍ଗନ୍ଧ ହୁଏ ନାହିଁ। କିନ୍ତୁ ଯଦି ଆପଣ ପରିସ୍ରା କରିବା ସମୟରେ ଏକ ଅଲଗା ପ୍ରକାର ଗନ୍ଧ ଲକ୍ଷ୍ୟ କରୁଥାନ୍ତି, ଏହା କିଡନୀ କିମ୍ବା ମୂତ୍ରନଳୀ ସଂକ୍ରମଣକୁ ସୂଚାଇପାରେ। ପରିସ୍ରାରେ ଦୁର୍ଗନ୍ଧ ବ୍ୟାକ୍ଟେରିଆରୁ ଆସିପାରେ, ଯାହା ଦ୍ୱାରା ମୂତ୍ରନଳୀ ସଂକ୍ରମଣ ହୁଏ।