କାଲିଫର୍ନିଆରେ ଭୁମିକମ୍ପ
ଆମେରିକାର ଉତ୍ତର କାଲିଫର୍ନିଆରେ ବଡ ଧରଣର ଭୂମିକମ୍ପ ହୋଇଛି। ଏହାପରେ ଅଧିକାରୀମାନେ ପ୍ରଥମେ ସୁନାମି ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହାକୁ ବାତିଲ କରିଥିଲେ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଓରେଗନ୍ ସୀମା ନିକଟ ହମ୍ବୋଲ୍ଡ ଜିଲାର ଏକ ଛୋଟ ସହର ଫର୍ଣ୍ଡଲେର ପଶ୍ଚିମରେ ଏହି ଭୂକମ୍ପ ଘଟିଛି।ସୂଚନା ଅନୁଯାୟୀ, ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସେମାନେ ଏକ ଝୁଲାରେ ଥିବା ଭଳି ଅନୁଭବ କରିଥିଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହୋଇଥିଲା।