ଓୟୁଏଟିରେ ଅଭିଭାଷଣ ଦେଲେ ରାଷ୍ଟ୍ରପତି
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୃଷି ଉତ୍ପାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି ବୋଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଆମ ସଂସ୍କୃତି , ପରମ୍ପରା ଓ ଜୀବିକାର ଆଧାର କୃଷି କାର୍ଯ୍ୟ ।

ଦଶନ୍ଧିରେ ଭାରତ କୃଷି ଉତ୍ପାଦନର ଅଭୂତପୂର୍ବ ସଫଳତା ପାଇଛି ।ଏବେ ଭାରତ ଅନ୍ୟ ଦେଶକୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି । କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ । କୃଷି କାର୍ଯ୍ୟ ପାଇଁ ଦେଶରେ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ସେହିପରି ସମାବର୍ତ୍ତନ ଉତ୍ସବରେ ୪ ଜଣଙ୍କୁ ଡକ୍ଟରେଟ ଉପାଧି ସହ ୭ ଜଣଙ୍କୁ ବିଶ୍ଵବିଦ୍ୟାଳୟ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି । ୧୧୮ ଜଣ ପିଏଚଡି ଡିଗ୍ରୀ, ୪୮୦ ଜଣଙ୍କୁ ପିଜି ଡିଗ୍ରୀ, ୧୭୨୫ ଜଣଙ୍କୁ ଗ୍ରାଜୁଏଟ ଡିଗ୍ରୀ ପ୍ରଦାନ କରାଯାଇଛି ।ପରେ ରାଜଭବନ ଯାଇ ବିଶ୍ରାମ କରିବେ ମହାମହିମ । ପୁଣି ସନ୍ଧ୍ୟାରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି ରାଙ୍କର ଅଫିସର, ୧୫ ଜଣ ଆଡିସନାଲ DCP ରାଙ୍କର ଅଫିସର, ୪୫ ଏସିପି ରାଙ୍କର ଅଫିସର, ୨୦୦ ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ରାଙ୍କର ଅଫିସର ଅଛନ୍ତି ।