ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ମଙ୍ଗଳବାର ଅପରାହ୍ନ ୪.୫୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚତ୍ବେ। ସେଠୁ ସିଧାସଳଖ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିବେ।

ପରେ ରାଜଭବନରେ ରାତ୍ରି ଯାପନ କରିବେ। ବୁଧବାର ରାଷ୍ଟ୍ରପତି ପୁରୀ ଗସ୍ତ କରିବେ। ପୂର୍ବାହ୍ନ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚତ୍ବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ଅପରାହ୍ନରେ ପୁରୀ ବେଳାଭୂମିରେ ଆୟୋଜିତ ନୌସେନା ଦିବସରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ସାମିଲ ହେବେ। ୫ ତାରିଖରେ ଭୁବନେଶ୍ୱରରେ ନୂତନ କୋର୍ଟ କୋଠା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବେ। ପରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ୬ ଓ ୭ ତାରିଖରେ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଭୁବନେଶ୍ୱରରେ ସମସ୍ତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଗାଡ଼ିରେ ଯାତାୟାତ କରିବେ। ତେଣୁ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏହାସହ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *