ଓଡ଼ିଶାରେ ୩ଦିନ ରହିବେ ମୋଦି
ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ୫୯ତମ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହୋଇ ଡିସେମ୍ବର ୧ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ।ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ସର୍ବଭାରତୀୟ ସ୍ତରରେ ଆୟୋଜିତ ୫୯ ଡିଜିପି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ସେ ଏକ କାର୍ରେ ସଭାସ୍ଥଳକୁ ଯାଇଛନ୍ତି। ମୋଦିଙ୍କୁ ପାଛୋଟି ଆଣିବା ପାଇଁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ । ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ । ପଦାଧିକାରୀ ଓ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ କରିବେ । ଏହା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅଜିତ ଡୋଭାଲ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପହଞ୍ଚି ସାରିଥିଲେ।ଏହା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅଜିତ ଡୋଭାଲ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପହଞ୍ଚି ସାରିଥିଲେ।
