ଓଡ଼ିଶାକୁ ମିଳିଲା ନୂଆ ରେଳ ପ୍ରକଳ୍ପ

ଓଡ଼ିଶାରେ ୮ଟି ନୂଆ ରେଳ ପ୍ରକଳ୍ପ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ରେଳ ବିକାଶ କରିବା ପାଇଁ ମୋଟ ୭୩,୭୨୩ କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି ସରକାର । ଏହି ତାଲିକାରେ ସର୍ବପ୍ରଥମେ ରହିଛି ରାୟଗଡ଼ା ରେଳ ପ୍ରକଳ୍ପ । ରେଳମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ମଧ୍ୟ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଛି

ପୂର୍ବ ଭଳି ପୂର୍ବତଟ ରେଳପଥରେ ମୋଟ ୩ଟି ରେଳମଣ୍ଡଳ ରହିବ । ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି । ଅମୃତ ଷ୍ଟେସନ ଯୋଜନାରେ ଏହି ପୁନର୍ବିକାଶ କରୁଛନ୍ତି ସରକାର । ନୂତନ ରେଳ ଲାଇନ୍ ତାଲିକାରେ ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ ସାମିଲ ରହିଛି । ସେହିପରି ଜୁନାଗଡ଼ ରୋଡ଼- ନବରଙ୍ଗପୁର ଏବଂ ମାଲକାନାଗିରି-ପଣ୍ଡୁରଙ୍ଗାପୁରମ ନୂତନ ରେଳ ଲାଇନ୍ ମଧ୍ୟ ଏହି ତାଲିକାରେ ରହିଛି । ବାଦାମପାହାଡ଼-କେନ୍ଦୁଝରଗଡ଼ ସହିତ ବାଙ୍ଗିରିପୋଷି- ଗୋରୁ ମହିଷାଣୀ ନୂଆ ରେଳ ପ୍ରକଳ୍ପକୁ କ୍ୟାବିନେଟ ମୋହର ଲାଗିଛି ।

Leave a Reply

Your email address will not be published. Required fields are marked *