ଓଟିଟି ଆୱାର୍ଡ ୨୦୨୪ ; ଦିଲଜିତ୍-କରୀନାଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ
ନିକଟରେ ଡିସେମ୍ବର ୧ରେ ଫିଲ୍ମଫେୟାର ଓଟିଟି ପୁରସ୍କାର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଧାରାବାହିକ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଏହି ଲୋକପ୍ରିୟ ପୁରସ୍କାର କାର୍ଯ୍ୟରେ ଯୋଗ ଦେଇଥିଲେ ।

ଚଳିତବର୍ଷ ଫିଲ୍ମଫେୟାର ଓଟିଟିରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ‘ଅମର ସିଂ ଚମକିଲା’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଜିତିଛନ୍ତି । ଏଥି ସହିତ ବଲିଉଡ୍ର ବେବୋ କରୀନା କପୁର ଖାନ୍ ‘ଜାନେ ଜାନ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆଖ୍ୟା ପାଇଛନ୍ତି