ଇସ୍ତଫା ଦେଇପାରନ୍ତି ସିନ୍ଦେ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି। କିନ୍ତୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳର କର୍ମକର୍ତ୍ତାମାନେ ସୋମବାର କହିଛନ୍ତି।

ଶିବସେନାର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ସିନ୍ଦେ ମଙ୍ଗଳବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବରେ ରହିବେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ କୌଣସି ଫର୍ମୁଲା ଉପରେ ଆଲୋଚନା ଚାଲିନାହିଁ ଏବଂ ମହାୟୁତି ସହଯୋଗୀମାନେ ମିଳିତ ଭାବେ ନିଷ୍ପତ୍ତି ନେବେ।