ଆସୁଛି ଲଘୁଚାପ

ଭୁବନେଶ୍ଵର : ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ଖସୁଛି ତାପମାତ୍ରା । ଆସନ୍ତା ୨୮ ତାରିଖରୁ ୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଦକ୍ଷିଣ କେନ୍ଦ୍ରୀୟ ଭାଗରେ ଏହି ଅବପାତ ବର୍ତ୍ତମାନ ସକ୍ରିୟ ହୋଇ ରହିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବ । କିନ୍ତୁ ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଅବପାତ ତାମିଲନାଡୁ ଏବଂ ଶ୍ରୀଲଙ୍କା ଆଡକୁ ମୁହାଁଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *