ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରୁ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଲଘୁଚାପ ରୂପ ନେବ। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି।

ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି। ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡି଼ଶାରେ ବର୍ଷା ହେବ। କିଛି ସ୍ଥାନରେ କୂଆପଥର ବର୍ଷା ହୋଇପାରେ। ୯ରୁ ଥଣ୍ତା ବଢିବ। 

Leave a Reply

Your email address will not be published. Required fields are marked *