ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା
ଶ୍ରୀନଗର : ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଫଗାନିସ୍ତାନରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି।ରାତି ପ୍ରାୟ ୪ଟା ୧୯ରେ ହିମାଳୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ର ହେଉଛି ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳ। ତାଜିକିସ୍ତାନର ପାମିର ମାଉଣ୍ଟ ରେଞ୍ଜର ‘ଗରମ ଚଶମା’ ହଟ୍ ସ୍ପ୍ରିଙ୍ଗସ୍ ନିକଟରେ ଏହି ଭୂକମ୍ପ ଘଟିଛି। ତାଜିକିସ୍ତାନ ଏବଂ ଆଫଗାନିସ୍ତାନର ଅନ୍ତର୍ଜାତୀୟ ସୀମା ନିକଟରେ ଏହି ଭୂକମ୍ପ ଘଟିଛି। ନ୍ୟାସନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ୩୦ ଦିନ ମଧ୍ୟରେ ତାଜିକିସ୍ତାନରେ ଏହା ଅଷ୍ଟମ ଭୂକମ୍ପ।