ଆଣ୍ଠୁ-ଗଣ୍ଠୀ ସମସ୍ୟା ହେଉଛି କି! ଆପଣାନ୍ତୁ ଏହି ଉପାୟ

ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଏହି ଋତୁରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଅନେକ ଲୋକ ବହୁତ ପ୍ରକାର ସମସ୍ୟାରେ ପାଡୀତ ହୋଇଥାଆନ୍ତି । ଯେମିତିକି ଥଣ୍ଡା, କାଶଠାରୁ ଆରମ୍ଭ କରି ଆଣ୍ଠୁ-ଗଣ୍ଠୀ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଆଣ୍ଠୁ-ଗଣ୍ଠୀ ସମସ୍ୟା ପ୍ରାୟତଃ ସମସ୍ତ ଲୋକଙ୍କଠାରେ ଦେଖାଦେଉଛି ।

https://knewsodisha.com/wp-content/uploads/2024/12/oil.jpg

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ ବି ଏହି ସମସ୍ୟା ଦୂର ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ଆପଣ କିପରି ମୁକ୍ତି ପାଇବେ ।୧. ଗଣ୍ଠୀ ସମସ୍ୟାରୁ ମୁକ୍ତି :-ଯଦି ଆପଣ ଗଣ୍ଠୀ ସମସ୍ୟାରୁ ମୁକ୍ତି ପାଇବା ଚାହୁଁଛନ୍ତି ତେବେ ଜୁଆଣୀ, ରସୁଣ ଏବଂ ଶୋରିଷ ତେଲର ମିଶ୍ରଣକୁ ବ୍ୟବହାର କରନ୍ତୁ । ଶୋରିଷ ତେଲ ଓମେଗା -୩ରେ ଗରପୂର ଥିବାବେଳେ, ଜୁଆଣୀ ଏବଂ ରସୁଣ ଉଭୟରେ ଆଣ୍ଟି-ଇନଫ୍ଲାମେଟୋରୀ ଭରପୂର ରହିଥାଏ । ଯାହା ସାହାଯ୍ୟରେ ବହୁତ ଶୀଘ୍ର ଗଣ୍ଠୀ ଯନ୍ତ୍ରଣା ଦୂର ହୋଇଥାଏ ।୨. ମାଂସପେଶୀ ଯନ୍ତ୍ରଣା ହେବ ଦୂର :-ଶୀତ ଋତୁରେ ମାଂସପେଶୀ ଯନ୍ତ୍ରଣା ବହୁତ ବଢ଼ିଥାଏ, ଏପରି ସ୍ଥିତିରେ ଯଦି ଆପଣ ଏହି ତେଲକୁ ଲଗାଇ ମାଲିସ୍ କରନ୍ତି ତେବେ ବହୁତ ଶୀଘ୍ର ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ । ଏହି ତେଲ ଖାଲି ଗଣ୍ଠୀ ସମସ୍ୟାରୁ ମୁକ୍ତି ଦିଏନାହିଁ ବରଂ ଶରୀରକୁ ଗରମ ମଧ୍ୟ ରଖିଥାଏ । ଯାହା ଶୀତ ଦିନରେ ବହୁତ ଆବଶ୍ୟକ ହୋଇଥାଏ ।୩. ଶରୀରକୁ ଗରମ ରଖେ :-ଏହି ତେଲ ଲଗାଇବା ଫଳରେ ହାଡ ଷ୍ଟ୍ରଙ୍ଗ ରହିବା ସହ ଶରୀର ମଧ୍ୟ ଗରମ ରହିଥାଏ । ଏହାସହ ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଶୀତ ଦିନରେ ଶରୀର ଗରମ ରହିବା ନିହାତି ଆବଶ୍ୟକ ତେବେ ଆପଣ ଏହି ଜୁଆଣୀ, ରସୁଣ ଏବଂ ସୋରିଷ ତେଲର ମିଶ୍ରଣକୁ ବ୍ୟବହାର କରନ୍ତୁ ।୪. ଥଣ୍ଡା ଏବଂ କାଶରୁ ଦିଏ ମୁକ୍ତି :- ଆପଣମାନେ ତ ଜାଣିଥିବେ ଆମକୁ ଯେତେବେଳେ ସାଧାରତଃ ଥଣ୍ଡା ହୋଇଥାଏ । ମା’ ମାନେ ଆମ ପାଦରେ ସଙ୍ଗେ ସଙ୍ଗେ ଶୋରିଷ ତେଲରେ ରସୁଣକୁ ଫୁଟାଇ ଆମ ପାଦରେ ଲଗାଇ ଦିଅନ୍ତି । ଯାହା ଫଳରେ କିଛି ଦିନ ମଧ୍ୟରେ ଆମ ଥଣ୍ଡା ଭଲ ହୋଇଯାଇଥାଏ । 

Leave a Reply

Your email address will not be published. Required fields are marked *