ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅଣ୍ଡର ୧୯ ଏସିଆ କପ୍ ଗ୍ରୁପ ଏ ରେ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବାହ୍ନ ୧୦ଟା ୩୦ରେ ମ୍ୟାଚ ଆରମ୍ଭ ହେବ । ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ମୋହମ୍ମଦ ଅମନଙ୍କ ନେତୃତ୍ବାଧୀନ ଭାରତ ।

ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ମ୍ୟାଚ ଖେଳାଯାଇଥିଲା । ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଥିବା ବେଳେ ନେପାଳ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ଏକ ମ୍ୟାଚ ଖେଳାଯାଇଥିଲା । ଅଣ୍ଡର-୧୯ ଏସିଆ କପ ଇତିହାସରେ ଭାରତ ଏକ ସଫଳ ଦଳ । ୧୦ଟି ସଂସ୍କରଣରେ ଭାରତ ୮ ଥର ବିଜୟୀ ହୋଇଛି ।ଟିମ୍ ଇଣ୍ଡିଆରେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଅଛନ୍ତି । ଯାହାଙ୍କୁ ନିକଟରେ ଆଇପିଏଲ ଅକ୍ସନରେ ରାଜସ୍ଥାନ ରାୟଲ୍ସ ୧.୧୦ କୋଟି ଟଙ୍କାରେ କିଣିଛି । ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ମ୍ୟାଚ ଖେଳାଯାଇଥିଲା । ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଥିବା ବେଳେ ନେପାଳ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ଏକ ମ୍ୟାଚ ଖେଳାଯାଇଥିଲା ।