ଆଜି ପ୍ରବଳ ଛେଚିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି ହଠାତ୍‌ ଏହାର ଦିଗ ବଦଳାଇଥିବା ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୩ କିଲୋମିଟରରୁ ୧୦ କିଲୋମିଟର ବେଗରେ ଗତି କରୁଛି । ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ମାଲକାନଗିରି, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡା ଏବଂ କୋରାପୁଟ ସମେତ ସମୁଦ୍ରତଟ ଜିଲ୍ଲା ଗୁଡ଼ିକରେ ସାମାନ୍ୟ ବର୍ଷା ଲାଗି ରହିବ ।

Leave a Reply

Your email address will not be published. Required fields are marked *