ଆଇସିଆଇ ପ୍ରଥମ ବୈଠକ
ଡିସେମ୍ବର ୧ ତାରିଖ ଦିନ ଜୟ ଶାହ ICCର ନୂତନ ଚେୟାରମ୍ୟାନ୍ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଯୁବ ଚେୟାରମ୍ୟାନ୍ ହେଉଛନ୍ତି ଜୟ ଶାହ

ଏହା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(BCCI)ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ବାସ୍ତବରେ ତାଙ୍କ ଜଏନିଂ ଦିନ ଆଇସିସି ମୁଖ୍ୟାଳୟ ବନ୍ଦ ଥିଲା ଯଦ୍ୱାରା ସେ ଅନ୍ୟ ବୋର୍ଡ଼ ସହ କଥାବାର୍ତ୍ତା କରିପାରିନଥିଲେ । ତେଣୁ ନୂତନ ଚେୟାରମ୍ୟାନ୍ ଭାବରେ ତାଙ୍କ ପାଇଁ ଏକ ପରିଚୟ ବୈଠକ ହେବ ।
