ଆଇପିଏଲରୁ ବାଂଲାଦେଶ ବିଦା
ଚଳିତବର୍ଷ ବାଂଲାଦେଶରେ ସରକାର ପଲଟିବା ପରଠାରୁ ହିନ୍ଦୁମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଛି। ଏପରି କି ହିନ୍ଦୁମାନଙ୍କୁ ବାଂଲାଦେଶରେ ହତ୍ୟା କରାଯିବା ସହିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି। ଯାହାର ପ୍ରଭାବ ଆଇପିଏଲ ନିଲାମୀରେ ବି ଦେଖିବାକୁ ମିଳିଛି।

ଚଳିତ ନିଲାମୀରେ ୧୨ ଜଣ ବାଂଲାଦେଶୀ କ୍ରିକେଟରଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୁସ୍ତାଫିଜୁର ରହମନ ଏବଂ ରିଶାଦ ହୁସେନଙ୍କ ନାମ ନିଲାମ ପାଇଁ ଡକାଯାଇଥିଲା। କିନ୍ତୁ କୌଣସି ଟିମ୍ ସେମାନଙ୍କୁ କିଣି ନ ଥିଲେ। ଏହାବ୍ୟତୀତ ଲିଟନ ଦାସ, ତସ୍କିନ ଅହମ୍ମଦ, ଶାକିବ ଅଲ ହସନ, ମେହଦୀ ହସନ ସିରାଜ, ଶେରିଫୁଲ ଇସଲମା ଏବଂ ତଞ୍ଜିମ ହସନ ସାକିବଙ୍କ ଭଳି ଅନ୍ୟ ୧୦ ଷ୍ଟାର ଖେଳାଳି ମଧ୍ୟ ରହିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାରେ ଡକାଯାଇ ନ ଥିଲା।ପାକିସ୍ତାନ ପରେ ଏବେ ବାଂଲାଦେଶ ବି ଆଇପିଏଲରୁ ବାହାର ହୋଇଯାଇଛି।