ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରୌପ୍ୟ ପଦକ ହାସଲ କଲା ଓଡ଼ିଶା
ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା । ଏଥିରେ ଓଡ଼ିଶାର କଳା କାରିଗରୀ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି ସଂସ୍କୃତି ଓ କଳାକୃତି ସ୍ଥାନ ପାଇଥିଲା।

ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ମଣ୍ଡପରେ ଥିବା ଫୁଡ୍ ଜୋନରେ ଓଡ଼ିଶା ପ୍ରସିଦ୍ଧ ରସଗୋଲା ସହ କଟକ ଦହିବରା, ନିମାପଡ଼ା ଛେନାଝିଲ୍ଲି ଏବଂ ନୟାଗଡ଼ ଛେନାପୋଡ଼ ପ୍ରଗତି ମଇଦାନରେ ଓଡ଼ିଶାର ସୁଆଦ ପରିବେଷଣ କରିଥିଲା । ତେବେ ଚଳିତ ଥର ମିଶାଇ ଲଗାତାର ତୃତୀୟ ଥର ପାଇଁ ଓଡ଼ିଶା ପୁରସ୍କୃତ ହୋଇଛି ।